ସପ୍ତାହ ଯାକ ବର୍ଷିବ

0

ଆସନ୍ତା ସପ୍ତାହ ଯାକ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ଖାଲି ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ରହିଛି । ହେଲେ ସପ୍ତାହ ଯାକ ସାରା ରାଜ୍ୟକୁ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ କହିଛନ୍ତି । ଝାଡ଼ଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୩.୧ କିମି ଯାଏଁ ସକ୍ରିୟ ରହିଛି ଏବଂ ଏହା ଉଚ୍ଚ଼ତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି । ସମୁଦ୍ର ପତ୍ତନର ୦.୯ରୁ ୨.୧ କିମି ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ତା’ର ଅଖାପାଖ ଅଞ୍ଚଳରେ ଗୋଟିଏ ଘୁର୍ଣ୍ଣି ବଳୟ ରହିଛି । ଯାହାଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବର୍ଷା ସମ୍ଭାବନା ଲାଗି ରହିଥିବା ଶ୍ରୀ ବିଶ୍ୱାସ କହିଛନ୍ତି । ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରାପୁଟ ରହିଛି । ଏନେଇ ପାଣିପାଗ କେନ୍ଦ୍ର ଦ୍ୱାରା ଏହି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସମୂଦ୍ର ପତ୍ତନ ଉପରେ ଥିବା ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟକୁ ବର୍ଷା ଲାଗି ରହିବ । ଆସନ୍ତା ସପ୍ତାହ ଯାକ ରାଜ୍ୟ ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ନଥିବାବେଳେ ଦିନର ସର୍ବୋଚ୍ଚ଼ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି ।

Leave A Reply

Your email address will not be published.

nineteen − nine =