ବର୍ଷା ପରିମାଣ କମିଲେ ପ୍ରଭାବିତ ହେବ ଚାଷ

0

ଭୁବନେଶ୍ୱର: ଜୁଲାଇରେ ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ସ୍ୱାଭାବିକଠାରୁ ଅଧିକ ବର୍ଷାହେବ । କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ସମ୍ଭାବନା ଅଛି । ହେଲେ ଆଗକୁ ଲଘୁଚାପଜନିତ ବର୍ଷା ସମ୍ଭାବନା ଅଧିକ ରହିଛି । ହୁଏତ ସ୍ୱାଭାବିକ ବର୍ଷା ହୋଇପାରେ, ନଚେତ ନିଅଣ୍ଟିଆ ବି ରହିପାରେ କିମ୍ବା ଅଧିକ ବର୍ଷା ବି ହୋଇପାରେ । ଜୁନରେ ବର୍ଷା ନିଅଣ୍ଟିଆ ଥିବାବେଳେ ଯଦି ଜୁଲାଇରେ ବର୍ଷା କମିଯାଏ, ତେବେ କୃଷି ପାଇଁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଢେଙ୍କାନାଳ, ଅନୁଗୁଳରେ ଜୁନରେ କମ ବର୍ଷା ହୋଇଛି । ଜୁଲାଇରେ ମଧ୍ୟ ଏ ଦୁଇ ଜିଲ୍ଲାରେ କମ୍‌ ବର୍ଷା ଆକଳନ କରାଯାଇଛି । କନ୍ଧମାଳର ଅବସ୍ଥା ମଧ୍ୟ ସେହିପରି । ବୌଦ୍ଧ, ନୟାଗଡ଼, କଳାହାଣ୍ଡିରେ ବର୍ଷା ନେଇ ଅନିଶ୍ଚିତତା ରହିଛି । ଭଦ୍ରକରେ ଅନିଶ୍ଚିତତା ଅଧିକ ରହୁଥିବାବେଳେ ଏଠାରେ ସ୍ୱାଭାବିକ ବର୍ଷା କମ ରହିଥାଏ । ତେଣୁ ଯଦି ବର୍ଷା ପରିମାଣ ସ୍ୱାଭାବିକ କିମ୍ବା ତା’ଠୁ ଅଧି ନ ହୁଏ ତେବେ ଚାଷୀ ଓ ଚାଷ ଉଭୟ ପ୍ରଭାବିତ ହେବ । ଜୁଲାଇରେ ବର୍ଷା କମ ହେଲେ ଚାଷ କାମପାଇଁ ସମସ୍ୟା ସୃଷ୍ଟିହେବ । ଜୁଲାଇମାସରେ ରୁଆ, ବେଉଷା ହୋଇଥାଏ । ତେଣୁ ବର୍ଷା ଉପରେ ନଜର ରଖି ଚାଷୀ ସୁଚିନ୍ତିତ ଯୋଜନାରେ ଚାଷ କାମ ଆଗେଇବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

5 × one =