ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ

0

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭ୍ୟାକସିନ ଉପଲବ୍ଧ ନେଇ ରାହୁଲ ପଚାରିଥିବା ପ୍ରଶ୍ନ ନେଇ ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ହର୍ଷବର୍ଦ୍ଧନ । ରାହୁଲ ଗାନ୍ଧି ଆଜି ଟିକା ଉପଲବ୍ଧ ହେବା ନେଇ ପ୍ରଶ୍ନ ଉଠାଇଥିଲେ ଯେ ଜୁଲାଇ ଆସିଲାଣି, କିନ୍ତୁ ଟିକା ଆସିନାହିଁ । ରାହୁଲ ଗାନ୍ଧିଙ୍କ ଏହି ଟ୍ୱିଟକୁ ଜବାବ ଦେଇ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଅସୁବିଧା କ’ଣ? ଡ. ହର୍ଷବର୍ଦ୍ଧନ ଲେଖିଛନ୍ତି ଯେ, ଗତକାଲି ଟିକା ବିଷୟରେ ମୁଁ ସମ୍ପୂର୍ଣ୍ଣ ସୂଚନା ଦେଇଥିଲି । ଏ ସବୁ ପରେ ବି ରାହୁଲ ଗାନ୍ଧୀଙ୍କ ସମସ୍ୟା କ’ଣ? ସେ ପଢନ୍ତି ନାହିଁ କି? ନା ସେ ବୁଝିପାରୁନାହାଁନ୍ତି । କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀଙ୍କ ଉପରେ ଜବାବ ନେଇ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଅହଂକାର ପାଇଁ କୌଣସି ଟିକା ନାହିଁ ।

Leave A Reply

Your email address will not be published.

eighteen + 10 =