ତୃତୀୟ ଲହର ପାଇଁ ପ୍ରସ୍ତୁତି ରୁହ : ରାହୁଲ

0

ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି । ଏହାକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦ୍ୱିତୀୟ ଲହର ଆସିବା ନେଇ ବହୁ ପୂର୍ବରୁ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଥିଲେ ସୁଧା କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଥିଲେ । ଫଳରେ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରାହୁଲ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ରାହୁଲ କହିଛନ୍ତି ଯେ, ଗତ କାଲି ଏକ ଭଲ କାମ ରେକର୍ଡ ଟିକାକରଣ ହୋଇଛି । କିନ୍ତୁ ଆମକୁ ଗୋଟିଏ ଦିନରେ ସନ୍ତୁଷ୍ଟ ନହୋଇ ଏହାକୁ ପ୍ରତ୍ୟେକ ଦିନ ଚଳାଇବାକୁ ପଡ଼ିବ, ଯେର୍ଯ୍ୟନ୍ତ ଦେଶର ସବୁ ନାଗରିକଙ୍କୁ ଟିକା ନ ଦିଆହୋଇଛି । ସେ କହିଛନ୍ତି ଯେ ସରକାରଙ୍କୁ ଟାର୍ଗେଟ କରିବା ମୋର ଉଦ୍ଦେଶ୍ୟ ନୁହେଁ । ସରକାରଙ୍କ ପ୍ରଥମ ଓ ଦ୍ୱୀତୀୟ ଲହର କରୋନା ମୁକାବିଲା ଅତ୍ୟନ୍ତ ନୈରାଶ୍ୟ ଥିଲା । କିନ୍ତୁ ୩ ଲହର ପୂର୍ବରୁ ସରକାର ପ୍ରସ୍ତୁତ ରହିବା ଆବଶ୍ୟକ । ଆହୁରି ମଧ୍ୟ ୩ୟ ଲହର ପରେ ବି ଆଉ କେତେକ ଲହର ଆସିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଯେଉଁମାନଙ୍କ ପରିବାରରେ କରୋନା ମୃତ୍ୟୁ ହୋଇଛି ସରକାର ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ।

Leave A Reply

Your email address will not be published.

three + three =