ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିପାରେ ଇଡି

0

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ବ୍ୟବସାୟରେ ଲିପ୍ତ ରହିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିବାବେଳେ ଜୁଲାଇ ୨୭ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହାଜତରେ ରହିବାକୁ ଅଦାଲତ ନିର୍ଦ୍ଦେଶ ଦେଇସାରିଛନ୍ତି । କୁନ୍ଦ୍ରାଙ୍କ ଏହି ପର୍ଣ୍ଣ ସାମ୍ରାଜ୍ୟର ଗୁମର ମୁମ୍ବାଇ ପୁଲିସ ଆସ୍ତେ ଆସ୍ତେ ଖୋଲୁଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମସୁଧା କରୁଥିବା ଜଣାପଡିଛି । ଫେମା (ବିଦେଶୀ ମୁଦ୍ରା ପରିଚାଳନା) ଆଇନ ଓ ପିଏମଏଲଏ (ମନି ଲଣ୍ଡରିଂ ନିରୋଧ) ଆଇନ ଅନୁଯାୟୀ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜ କରାଯାଇପାରେ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କୁ ଜୁଲାଇ ୨୦ରେ ଗିରଫ କରିସାରିଛି । କୁନ୍ଦ୍ରାଙ୍କ ସମେତ ତାଙ୍କର ଏକାଧିକ ସହଯୋଗୀ ଓ ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରାଯିବାପରେ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛନ୍ତି । କୁନ୍ଦ୍ରାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହଟ୍‌ସସଟ୍‌ସ ଆପ୍‌ରେ ୨୦ ଲକ୍ଷ ଗ୍ରାହକ ରହିଛନ୍ତି ।

ଗତବର୍ଷ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଏହି ଆପ୍‌କୁ ବାତିଲ କରିବାପରେ କୁନ୍ଦ୍ରାଙ୍କ ବ୍ୟବସାୟ ଟିକେ ମାନ୍ଦା ପଡିଥିଲା । ଏହାସତ୍ତ୍ୱେ କୁନ୍ଦ୍ରା ୨୦୧୯ ଅଗଷ୍ଟରୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଏହି ର‌୍ୟାକେଟ ଜରିଆରେ ମାସିକ ୪୦୦୦ରୁ ୧୦,୦୦୦ ପାଉଣ୍ଡ (ବ୍ରିଟିଶ ମୁଦ୍ରା) ଉପାର୍ଜନ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । କୁନ୍ଦ୍ରା ଏହି ଅର୍ଥକୁ ବେଟିଂରେ ବିନିଯୋଗ କରୁଥିବା ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଟିମ୍ ଶୁକ୍ରବାର ଶିଳ୍ପାଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ୬ ଘଣ୍ଟା ଜେରା କରିଛନ୍ତି । ସ୍ୱାମୀଙ୍କ ଏହି ପର୍ଣ୍ଣ କାରବାର ସହ ଶିଳ୍ପାଙ୍କ ସିଧାସଳଖ ସଂପୃକ୍ତି ନଥିଲେ ସୁଦ୍ଧା ଶିଳ୍ପା ଅଳ୍ପବହୁତେ ଏ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ମୁମ୍ବାଇର ଏକ ଅଦାଲତ ଶୁକ୍ରବାର କୁନ୍ଦ୍ରାଙ୍କ ହାଜତ ମିଆଦ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟରେ କୁନ୍ଦ୍ରାଙ୍କ ଓକିଲ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ହଟ୍‌ସଟ୍‌ସରେ ଉପଲବ୍ଧ ବିଷୟବସ୍ତୁ ପର୍ଣ୍ଣଗ୍ରାଫି ନୁହେଁ ।

Leave A Reply

Your email address will not be published.

1 × 1 =