ଟୋକିଓ ଅଲିମ୍ପିକ : ଉଦଘାଟନୀ ଉତ୍ସବରେ ଜାତୀୟ ପତାକା ଧରିବେ ସିନ୍ଧୁ

0

ଟୋକିଓ ଅଲିମ୍ପିକରେ ଭାରତୀୟ ତାରକା ସଲଟର ତଥା ବିଶ୍ୱ ଚାମ୍ପିଅନ ବ୍ୟାଡମିଣ୍ଟନ ପିଭି ସିନ୍ଧୁ ଚଳିତ ଅଲିମ୍ପିକରେ ଭାରତୀୟ ପତାକା ଧରି ପାରନ୍ତି । ଏଥର ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଭାରତ ପକ୍ଷରୁ ଦୁଇ ଜଣ ପତାକା ଧରିବେ । ସେଥିରେ ଜଣେ ମହିଳା ଓ ଜଣେ ପୁରୁଷ ଆଥଲେଟ ରହିବେ। ଏହା କେବଳ ଭାରତ ନୁହେଁ ଅଧିକାଂଶ ଦେଶ ୨୩ ଜୁଲାଇରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ନିଜର ଦୁଇ ଜଣ ପତାକାଧାରୀଙ୍କ ସହ ନଜର ଆସିବେ । ଏନେଇ ପୁରୁଷ ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଦୁଇ ଜଣ ପତାକାଧାରୀ ଅଲିମ୍ପିକ୍ସରେ ରହିବେ । ତେବେ ଏହାର ସରକାରୀ ଘୋଷଣା ମାସ ଶେଷ ଆଡକୁ କରାଯିବ । ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ୍‌ ରିପୋର୍ଟ ଅନୁଯାୟୀ ରିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ସିନ୍ଧୁ ଦୁଇ ଜଣ ପତାକାଧାରୀଙ୍କ ମଧ୍ୟରୁ ଜଣେ ହେବାର ସମ୍ଭାବନା ରହିଛି । କିନ୍ତୁ ପରମ୍ପରା ହେଉଛି ପୂର୍ବ ଅଲିମ୍ପିକ୍ସର ପଦକ ବିଜେତା ପରବର୍ତ୍ତୀ ପତାକା ଧରି ପାରିବେ ।

Leave A Reply

Your email address will not be published.

eighteen − nine =