ପୁଟିନ ଆଉ ଶୀତଳ ଯୁଦ୍ଧ ଚାହାଁନ୍ତି ନାହିଁ: ଜୋ ବାଇଡେନ

0

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଆଉ ‘ଶୀତଳ ଯୁଦ୍ଧ’ ଚାହାଁନ୍ତି ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଜଟିଳ ଭିତ୍ତିଭୂମିଗୁଡିକୁ ସାଇବର ଆକ୍ରମଣ ସୀମାରୁ ଦୂରରେ ରଖାଯିବା ଉଚିତ ବୋଲି ପୁଟିନ ତାଙ୍କୁ କହିଥିବା କଥା ମଧ୍ୟ ସେ କହିଛନ୍ତି । ଭ୍ଲାଦିମିର ପୁଟିନ୍‌ଙ୍କ ସହ ପ୍ରଥମ ଶିଖର ବୌଠକ ପରେ ଗଣମାଧ୍ୟମଙ୍କୁ ବାଇଡେନ କହିଛନ୍ତି ଯେ ଏବେ ସେ ଆଉ ‘ଶୀତଳ ଯୁଦ୍ଧ’ ଚାହୁଁ ନଥିବା ପରି ମୋର ମନେହୁଏ । କେତେକ ଭିତ୍ତିଭୂମିକୁ ସାଇବର୍‌ କିମ୍ବା ଅନ୍ୟ କୌଣସି ‘ମାଧ୍ୟମ’ ଆକ୍ରମଣ ଠାରୁ ଦୂରେଇ ରଖାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରି କହିଛନ୍ତି । ସେହିଭଳି, ଉପରୋକ୍ତ ଶିଖର ବୌଠକ ଉପରାନ୍ତେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ ସୁନିଶ୍ଚିତ କରି କହିଛନ୍ତି, ଅବିଳମ୍ବେ ରାଷ୍ଟ୍ରଦୂତମାନେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟଭାର ଗ୍ରହଣ କରିବେ । କିନ୍ତୁ, କେବେ ସେମାନେ ଫେରିବେ ତାହା ବାସ୍ତବ ପରିସ୍ଥିତି ଉପରେ ନିର୍ଭରଶୀଳ । ଅନେକ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷ୍‌ ମଧ୍ୟସ୍ଥ ସମ୍ପର୍କରେ ଅବନତି ଘଟୁଥିବା ପରି ମନେହେଉଥିଲା । ଭ୍ଲାଦିମିର୍‌ ପୁଟିନ୍‌ ଜଣେ ‘ଆତତାୟୀ’ ବୋଲି ତାଙ୍କର ମନେହେଉଛି ବୋଲି ଯେତେବେଳେ ଜୋ ବାଇଡେନ୍‌ କହିଲେ, ସେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୂରା ବିଗିଡି ଗଲା। ଏଥିଯୋଗୁଁ ରୁଷ ୱାସିଂଟନ୍‌ରୁ ତା’ର ସମସ୍ତ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଲା । ଏ ବର୍ଷ ଏପ୍ରିଲ୍‌ ମାସରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ମସ୍କରୁ ତା’ର ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିଥିଲା । ଏ ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଆମେରିକା ଓ ରୁଷ ମଧ୍ୟରେ ଉପୁଜିଥିବା ଭୀଷଣ ଉତ୍ତେଜନାମୟ ପରିସ୍ଥିତିରେ ଜିନିଭାସ୍ଥିତ ଅଷ୍ଟାଦଶ ଶତାବ୍ଦୀରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ଶିଖର ବୌଠକରେ ବାଇଡେନ୍‌ ଓ ପୁଟିନଙ୍କର ଭେଟ ହୋଇଥିଲା ।

Leave A Reply

Your email address will not be published.

5 × 5 =