ଆଜିି ୮ଟାରୁ ବୁଧବାର ରାତି ୮ ଯାଏଁ ପୁରୀରେ

0

ପୁରୀ, ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡା ଯାତ୍ରା ଶୃଙ୍ଖଳିତ କରିବା ନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ ଏସଓପିକୁ କଡାକଡି ଭାବେ କିଭଳି ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି । ଆଜି ରାତି ୮ଟାରୁ ବୁଧବାର ରାତି ୮ ଯାଏଁ ପୁରୀ ସହରରେ କର୍ଫ୍ୟୁ କରାଯାଇଛି । ବାହୁଡା ଯାତ୍ରାରେ କର୍ଫ୍ୟୁ ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ ପୁରୀବାସୀଙ୍କୁ ନିବେଦନ କରାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଉଲଂଘନ କାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ପର୍ଯ୍ୟାୟକ୍ରମେ ଲଜ ସିଲ କରାଯାଉଛି ଓ ଖିଲାପ କାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି । ବାହୁଡା ପାଇଁ ଆଜି ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘରଗୁଡ଼ିକ ସର୍ଭେ କରାଯିବା ସହ ଭିଡିଓଗ୍ରାଫି ମାଧ୍ୟମରେ ରଖାଯିବ ନଜର । ଘରଛାତ କି ବାଲକୋନି ଉପରୁ କେହି ରଥ ଦେଖିପାରିବେ ନାହିଁ ।

Leave A Reply

Your email address will not be published.

fourteen − 14 =