ଆଜି ଶ୍ରୀଗୁଣ୍ଡିଚା ଯାତ୍ରା, ଚାଲିଛି ଧାଡ଼ି ପହଣ୍ଡି

0

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା । ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ । ବଡ଼ଦାଣ୍ଡରେ ଘଡ଼ ଘଡ଼ ହୋଇ ଜନ୍ମବେଦିକୁ ଗଡ଼ିଯିବେ ନଟିଆ ଠାକୁର ନଟବର । ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ । ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତେବେ ଆରମ୍ଭ ହୋଇଛି ଧାଡି ପହଣ୍ଡି । ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି । ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର ।
ଭଉଣୀ ସୁଭଦ୍ରାଙ୍କ ପରେ ଟାହିଆ ଦୋହଲାଇ ଦୋହଲାଇ ସିଂହଦ୍ୱାର ବାହାରକୁ ଛୁଟି ଆସିଛନ୍ତି ମହାପ୍ରଭୁ । ରଥକୁ ସବୁଠାରୁ ବିଳମ୍ବରେ ଆସନ୍ତି ମହାପ୍ରଭୁ । ନାଚି ନାଚି ଦୋହଲି ଦୋହଲି ଆସନ୍ତି ନଟିଆ ଠାକୁର ।

Leave A Reply

Your email address will not be published.

nine + eleven =