ପୁରୀରେ ୮୦ ପ୍ଲାଟୁନ ଫୋର୍ସ ମୁତୟନ

0

ପୁରୀ, (ଏସ୍‌ ନ୍ୟୁଜ): ରଥଯାତ୍ରା ଲାଗି ପୁରୀକୁ ପୋଲିସ ଫୋର୍ସ ଛାଉଣୀରେ ପରିଣତ କରାଯାଇଛି । ବଡଦାଣ୍ଡ ଭଳି ପୁରୀ ସହରକୁ ମଧ୍ୟ ପୋଲିସ କର୍ଡନ ମଧ୍ୟରେ ରଖାଯାଇଛି । ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ରଥଯାତ୍ରା ପାଇଁ ପୁରୀରେ ଏଥର ୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏଥିସହ ୪୦୦ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ସହରକୁ ସଂଯୋଗ ୮ଟି ସ୍ଥାନରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ସହ ଯାଞ୍ଚ କରାଯାଉଛି । ସହରର ମୁଖ୍ୟ ୩ଟି ପ୍ରବେଶ ପଥ ମଙ୍ଗଳାଘାଟଛକ, ବାଟଗାଁ ଛକ ଓ ଭୂଦାନ ଛକକୁ ସିଲ କରାଯାଇଛି । ବାହାରୁ କୌଣସି ଗାଡି କିମ୍ବା ଜନସାଧାରଣଙ୍କୁ ପୁରୀ ଭିତରକୁ ପ୍ରବେଶ ଅନୁମତି ଦିଆଯିବନାହିଁ । ଏଥିସହ ଶୁକ୍ରବାର ସବୁ ହୋଟେଲ୍‌କୁ ଖାଲି କରାଯାଇଛି ।

Leave A Reply

Your email address will not be published.

16 + 2 =