ପୁରୀ ଗିରଳଠାରେ ନିର୍ମାଣ ହେବ ଅନ୍ତର୍ଜାତୀୟ ବିମାନବନ୍ଦର!

ସରିଲା ବୈଷୟିକ ବିଶେଷଜ୍ଞ ଦଳ ସହ ରାଜ୍ୟ ସରକାରଙ୍କ ବୈଠକ

0

ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଛଅ ଜଣିଆ ବୈଷୟିକ ବିଶେଷଜ୍ଞ ଦଳ ସହ ରାଜ୍ୟ ସରକାରଙ୍କ ବୈଠକ ଶେଷ ହୋଇଛି । ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୂର୍ତ୍ତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରସ୍ତାବିତ ୪ ଟି ଜମି ମଧ୍ୟରୁ କେଉଁ ଜମିଟି ଆନ୍ତର୍ଜାତିୟ ମାନର ହୋଇଥିବା ବେଳେ ଏହାର ମାନଦଣ୍ଡ ଏୟାରପୋର୍ଟ ପାଇଁ ପ୍ରଯୁଜ୍ୟ ସେ ନେଇ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଚିହ୍ନଟ ହୋଇଥିବା ୪ଟି ଜମିର ସ୍ଥିତାବସ୍ଥା ଯାଞ୍ଚ ହୋଇଛି । ଆନ୍ତର୍ଜାତୀୟ ବିମାନବନ୍ଦର ମାନଦଣ୍ଡ ଅନୁସାରେ କେଉଁ ଜମି ବିମାନବନ୍ଦର ପାଇଁ ପ୍ରଯୁଜ୍ୟ ତାର ରିପୋର୍ଟ ପ୍ରସ୍ତୁତ କରାଯିବ । ଏନେଇ ବୈଷୟିକ ଟିମ୍‌ ସହ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଆନ୍ତର୍ଜାତୀୟ ବିମାନବନ୍ଦର ନେଇ ପୁରୀବାସିଙ୍କ ସ୍ୱପ୍ନ ପୁରଣ ହେବାକୁ ଯାଉଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ୍‌ ସିଗନାଲ ମିଳିସାରିଥିବା ବେଳେ ଗତକାଲି ପୁରୀ ଗସ୍ତରେ ଆସିଛନ୍ତି ଭାରତୀୟ ବିମାନବନ୍ଦର ପ୍ରାଧିକରଣ ବୈଷୟିକ ବିଶେଷଜ୍ଞ ଟିମ୍‌ । ଏଥିରେ ଦୀଲ୍ଲିରୁ ଚାରିଜଣ ରହିଥିବା ବେଳେ ରାଜ୍ୟର ଦୁଇଜଣ ବୈଷୟିକ ବିଶେଷଜ୍ଞ ରହିଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସିପସରୁବାଲି ଓ ଗିରଳ ମୌଜାର ତିନୋଟି ଅଞ୍ଚଳର ସ୍ଥିତାବସ୍ଥା ଅନୁଧ୍ୟାନ କରିଛନ୍ତି । ଏହି ଦୁଇଦିନିଆ ଗସ୍ତରେ ସେମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଚାରୋଟି ଅଞ୍ଚଳର ଜମିକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି ।

Leave A Reply

Your email address will not be published.

20 − 14 =