ପୁରୀରେ ବିମାନବନ୍ଦର ପାଇଁ ସର୍ଭେ ଆରମ୍ଭ

0

ପୁରୀ : ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମର ସର୍ଭେ । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗାର କଲେ ସର୍ଭେ । ଏହାସହ ବାଲୁଖଣ୍ଡ ଅଞ୍ଚଳର ଦୁଇଟି ଜାଗାର ପରିଦର୍ଶନ କରିବେ । ଏହି ବୈଷୟିକ ଟିମ ସହ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ । ଜମିର ମ୍ୟାପ ଓ କାଗଜପତ୍ରର ବୈଷୟିକ ଟିମ କଲେ ଅନୁଧ୍ୟାନ । ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ ଜିଲ୍ଲାପ୍ରଶାସନର ପ୍ରସ୍ତାବିତ ଜମିର କରିବେ ସମୀକ୍ଷା । ଆଜି ସନ୍ଧ୍ୟାରେ ଜିଲ୍ଲାପ୍ରଶାନ ସହ ଏହି ବୈଷୟିକ ଟିମ ସହ ସ୍ୱତନ୍ତ୍ର ଆଲୋଚନା ହେବ ।

Leave A Reply

Your email address will not be published.

two × 2 =