ପୁଲୱାମାରେ ୩ ଆତଙ୍କବାଦୀ ସଫା

0

ଜମ୍ମୁ କାଶ୍ମୀର:ପୁଣି ସୀମାରେ ଗୁଳି ବିନିମୟ । ଦକ୍ଷିଣ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି । ପାକିସ୍ତାନ ଏଲଇଟି କମାଣ୍ଡର ଏଜାଜ ଓରଫ ଆବୁ ହୁରୈର ଏହି ଏନକାଉଣ୍ଟରରେ ପ୍ରାଣ ହରାଇଛି । ଅନ୍ୟ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଅସ୍ତ୍ରବିରତି ଉଂଲଘନ ନେଇ LOCରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ପୁଞ୍ଚରେ ହାଇ ଆଲର୍ଟ ଜାରି କରାଯାଇଛି ।
କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ପୋଲିସ, ସିଆର୍‌ପିଏଫ୍ ଏବଂ ସେନାବାହିନୀ ଯବାନଙ୍କ ପକ୍ଷରୁ ଏହି ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଆରମ୍ଭ କରାଯାଇଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

Leave A Reply

Your email address will not be published.

8 − 6 =