ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଂଶସକ, ଭାଇରାଲ ହେଲା ଫଟୋ

0

ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ଏହା ମଧ୍ୟରେ ଅମିତାଭଙ୍କ ପ୍ରଶଂସକ ବିଭିନ୍ନ ସ୍ଥାନରେ ପୂଜାର୍ଚନା କରୁଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି । କିପରି ଅମିତାଭ୍ ଡାକ୍ତରଖାନାରୁ ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବେ ସେ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ପ୍ରଶଂସକ।

ସେହିପରି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବି ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଛି । ଠାକୁରଙ୍କ ନିକଟରେ ଅମିତାଭଙ୍କ ଫଟୋ ରଖି ତାଙ୍କର ଆଶୁ ଆରୋଗ୍ୟ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ପ୍ରଶଂସକ। ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ବିଗ୍ ବି ନାନାବତୀ ଡାକ୍ତରଖାନାରୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି ।
ସେପଟେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ବାସଭବନ ଜଲସାକୁ ସାନିଟାଇଜ କରାଯାଇ ଘରକୁ ସିଲ କରାଯାଇଛି | ଘର ବାହାରେ କଣ୍ଟନମେଣ୍ଟ ଜୋନ୍‌‌ ବୋଲି ମଧ୍ୟ ପୋଷ୍ଟର ଲଗାଯାଇଛି | ଗତକାଲି ବିଗ୍ ବି କରୋନା ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ତାଙ୍କ ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ସାନିଟାଇଜେସନ କାମ ଆରମ୍ଭ କରିଥିଲେ |

Leave A Reply

Your email address will not be published.