ହ୍ୱାଟସ୍ ଆପ୍‌ରେ ଛାତ୍ରଛାତ୍ରୀ ଦାଖଲ କରିବେ ପ୍ରୋଜେକ୍ଟ ପେପର

0

ଭୁବନେଶ୍ୱର: ହ୍ୱାଟସ୍ ଆପ୍‌ରେ ଦାଖଲ ହେବ +୨ ଶେଷ ବର୍ଷ ପ୍ରୋଜେକ୍ଟ ପେପର । ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନି। ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍‌ଷ୍ଟ୍ରୁମେଣ୍ଟ ଓ ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ। ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ୍ କରି ବିଭାଗୀୟ ଅଧ୍ୟାପକଙ୍କୁ ପଠାଇବେ । ଅଡିଓ ଏବଂ ଭିଡିଓ କ୍ଲିପ୍‌ର ଅବଧି ୩ରୁ ୫ ମିନିଟ୍ ରହିବ । ଏହାରି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ । ଏ ସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । କରୋନା ମହାମାରୀ ଯୋଗୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା । ମାଟ୍ରିକ ରେଜଲ୍ଟ ବାହାରି ସାରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବ ବୋଲି  ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ।

Leave A Reply

Your email address will not be published.

two − one =