ଆଦର୍ଶ ପ୍ରେସ୍‌କ୍ଲବର ଆଲୋଚନାଚକ୍ର

0

ଆଦର୍ଶ ପ୍ରେସ୍‌ କ୍ଲବ୍‌ ଧର୍ମଶାଳା ପକ୍ଷରୁ ସାମ୍ବାଦିକତା ମାଧ୍ୟମରେ ସମାଜସେବା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ।ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ନୂତନ ଚିନ୍ତା, ଚେତନା, ସ୍ୱପ୍ନ ଓ ସମ୍ଭାବନାକୁ ପାଥେୟକରି ଗଠିତ ହୋଇଛି ଆଦର୍ଶ ପ୍ରେସକ୍ଲବ୍‌ । ତେବେ ଏହାର କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରି କରିବା ତଥା ଜନସ୍ୱାର୍ଥ ସମ୍ବଳିତ ପ୍ରତିଟି ଖବରକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସୁସ୍ଥ,ସୁନ୍ଦର ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଆଜି ନାକପୋଲ ସ୍ଥିତ କାର୍ଯ୍ୟଳୟ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁଶାନ୍ତ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ ମୋହନ ମଲିକ, ଉପସଭାପତି ବଳରାମ ଦାସ, ସହସଂପାଦକ ସାଗର ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରଦୀପ୍ତ ମଲିକ,ସକ୍ରିୟ ସଭ୍ୟ ଶ୍ରୀବତ୍ସ ଧିର, ସୁଧାଂଶୁ ନାୟକ, ପଙ୍କଜ ରାଉତ ଓ ବାବୁଲି ଘଡେଇ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକତା ମାଧ୍ୟମରେ ସମାଜସେବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।ଏଥିରେ ସମ୍ମିଳିତ ନିଷ୍ପତ୍ତି କ୍ରମେ ଆଗାମୀ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା । ଶେଷରେ ସଭ୍ୟ ବିଶ୍ୱନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

four + twelve =