ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ

0

କରୋନା ମୁକାବିଲା ଲାଗି ଏବେ ଜାରି ରହିଥିବା ଅନଲଡ-୨ ଆଜି ଶେଷ ହେଉଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସନ୍ଧ୍ୟା ସାଢ଼େ ୬ଟାରେ ସାମ୍ବାଦିକ ସମ୍ମିଳନୀ କରିବେ । ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଅନଲକ-୩ ନେଇ କିଛି ଘୋଷଣା କରିପାରନ୍ତି ।
ଅନଲକ-୩ ନେଇ କେନ୍ଦ୍ର ସରକାର ଦିନକ ପୂର୍ବରୁ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟର ୪ଟି ଜିଲ୍ଲା ଓ ରାଉରକେଲାରେ ଆଜି ମଧ୍ୟରାତ୍ରୀରେ ଲକଡାଉନ ଅବଧି ମଧ୍ୟ ଶେଷ ହେବାକୁ ଯାଉଛି । ମୁଖ୍ୟ ଶାସନ ସଚିବ ରାତ୍ରକାଳୀନ କର୍ଫ୍ୟୁ ବାବଦରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । କାରଣ କେନ୍ଦ୍ର ସରକାର ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି ।

Leave A Reply

Your email address will not be published.