ୱେବ୍ ପୋର୍ଟାଲ ବିରୋଧରେ ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ର

0

ପୁଣି ଚର୍ଚ୍ଚାରେ ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ର। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାନୀୟର ବ୍ୟାବସାୟିକ ପ୍ରଚାର ଲାଗି ପ୍ରକୃତି  ଉଠାଇ ଥିବା ଫଟୋକୁ ନେଇ ତାଙ୍କ ନାମରେ ଅତିରଞ୍ଜିତ ତଥା ଉଦ୍ଦେଶ୍ୟମୂଳକ  ଖବର କିଛି ପୋର୍ଟାଲରେ ପ୍ରକାଶିତ ହୋଇଛି। ଏହି କାରଣରୁ  ପ୍ରକୃତି ଏକ ୱେବ୍ ପୋର୍ଟାଲ ବିରୋଧରେ ରାଜଧାନୀର ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିବା ଜଣାଯାଇଛି। ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା କାରଣରୁ ତାଙ୍କ ପରିବାରକୁ ଗଭୀର ମାନସିକ ଚାପର ଶିକାର ହେବାକୁ ପଡିଛି ଏବଂ ଏହା ତାଙ୍କର ସମ୍ମାନହାନି କରିଛି ବୋଲି ସେ ନିଜର ଏତଲାରେ ଦର୍ଶାଇଛନ୍ତି।

ସେ ଏହି ୱେବ୍ ପୋର୍ଟାଲ୍ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରକୃତି ଦର୍ଶାଇଛନ୍ତି ଯେ ତାଙ୍କର ଏବଂ ତାଙ୍କ ପରିବାର ବିରୋଧରେ ଏହି ପ୍ରକାର ସୁଚିନ୍ତିତ ତଥା ଉଦ୍ଦେଶ୍ୟମୂଳକ ଅପମାନଜନକ ଖବର କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। କିଛି ଅସାଧୁ ଲୋକଙ୍କ ଦ୍ୱାରା ଏପରି ଅପମାନଜନକ କାର୍ଯ୍ୟ ହେତୁ, ତାଙ୍କୁ ବହୁ ଫୋନ୍ କଲ ଗ୍ରହଣ କରିବାକୁ ପଡ଼ୁଛି | ଏହା ତାଙ୍କର ପିତାମାତାଙ୍କୁ ମଧ୍ୟ ଅତ୍ୟଧିକ ମାନସିକ ଚାପରେ ପକାଇ ଦେଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.