ପ୍ରଫୁଲ୍ଲଙ୍କୁ ଗଞ୍ଜାମ ଦାୟିତ୍ୱ

ବବିଙ୍କ କାନ୍ଧରେ ମୟୂରଭଞ୍ଜ ଓ କେନ୍ଦୁଝର

0

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଙ୍ଗଠନିକ ଦାୟିତ୍ୱ ବଣ୍ଟନ କରିଛନ୍ତି । ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ସୁପ୍ରିମୋ । ଖାସ୍‌ କରି ଯୁବ ଓ ଅଭିଜ୍ଞ ନେତାଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରାଯାଇଛି । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ତାଲିକାନୁଯାୟୀ, ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗିର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି- ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବକିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ରସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ରପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହଙ୍କୁ ୨ଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।
ମୟୂରଭଞ୍ଜ ଓ କେଉଁଝରର ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ଦାୟିତ୍ୱ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳର ଏଠାରେ ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ତେଣୁ ଏହି ଦୁଇ ଜିଲ୍ଲାରେ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ପ୍ରଣବଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛି ଦଳ । ସେହିଭଳି ସୁଶାନ୍ତ ସିଂହଙ୍କୁ ଦେବଗଡ ଓ ବଲାଙ୍ଗୀର ଦାୟିତ୍ୱ ଦେଇ ଦଳ ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି । ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାର ଦାୟିତ୍ୱ ଦେଇ ଦୁଇ ଯୁବ ନେତା ଅତନୁ ସବ୍ୟସାଚୀ ନାୟକ ଓ ଚନ୍ଦ୍ରସାରଥୀ ବେହେରାଙ୍କ ଉପରେ ଭରସା କରିଛି ଦଳ । ରାୟଗଡା ଓ ଗଜପତିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦଳ ଅତନୁଙ୍କ ହାତରେ ଦେଇଥିବା ବେଳେ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଚନ୍ଦ୍ରସାରଥୀଙ୍କ ହାତରେ ଦେଇଛି ଦଳ । ସେହିଭଳି ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯବେକ୍ଷକ ଦାୟିତ୍ୱ ଦିଆଯାଇଛି । ତେବେ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ୬ ନେତାଙ୍କ ଭିତରେ ୩୦ ଜିଲ୍ଲାର ଦାୟିତ୍ୱ ବାଣ୍ଟିଛି ଦଳ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସର୍ବାଧିକ ୭ଟି ଜିଲ୍ଲା, ବିକ୍ରମ ଆରୁଖଙ୍କୁ ୫ଟି, ଦେବୀ ପ୍ରସାଦ ମିଶ୍ରଙ୍କୁ ୬ଟି, ନିରଞ୍ଜନ ପୂଜାରୀଙ୍କୁ ୪ଟି, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ଟି ଓ ମହେଶ୍ୱର ମହାନ୍ତିଙ୍କୁ ୨ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.

ten + 1 =