ଯୋଗୀଙ୍କ ଅଭିଯାନକୁ ପାୱାରଙ୍କ ସମର୍ଥନ

0

ମୁମ୍ବାଇ: ଉତ୍ତର ପ୍ରଦେଶରେ ନୂତନ ଜନସଂଖ୍ୟା ନୀତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଜାତୀୟସ୍ତରରେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ ବୋଲି ଆଲୋଚନା ହୋଇଯାଇଛି । ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାୱାର ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣକୁ ସମର୍ଥନ କରିଛନ୍ତି । ପାୱାର କହିଛନ୍ତି ଯେ, ଦେଶର ଅର୍ଥନୀତି ଓ ପରିବେଶ ସନ୍ତୁଳନ ପାଇଁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଅତି ଆବଶ୍ୟକ । ବିଶ୍ୱ ଜନସଂଖ୍ୟା ଦିବସରେ ଶରଦ ପାୱାରଙ୍କ ଏହି ମନ୍ତବ୍ୟର ଅନେକ ଅର୍ଥ ବାହାର କରାଯାଉଛି । କୁହାଯାଉଛି ଯେ, ଅନ୍ୟ ପାର୍ଟି ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଲାଗୁ କରିବା ସପକ୍ଷରେ ଅଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଶ୍ୱ ଜନସଂଖ୍ୟା ଦିବସରେ ପ୍ରତ୍ୟେକ ନାଗରିକଙ୍କୁ ଶପଥ ନେବା ଉଚିତ୍‌ ଯେ, ସେମାନେ ଜନ ସଂଖ୍ୟା ନିୟନ୍ତ୍ରଣରେ ନିଜର ଯୋଗଦାନ ଦେବେ । ଉନ୍ନତ ଦେଶ ଏବଂ ଉନ୍ନତ ଜୀବନଶୈଳୀ ପାଇଁ ଏହା ବହୁତ ଜରୁରୀ । ଏକ ଉନ୍ନତ ସମାଜର ନିର୍ମାଣ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବହୁତ ଜରୁରୀ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।

Leave A Reply

Your email address will not be published.

seventeen − seven =