ଆଜି ବୁଥ୍ ଅଭିମୁଖେ ଯିବେ ପୋଲିଂ ପାର୍ଟି

0

ପୁରୀ : ପିପିଲି ଉପନିର୍ବାଚନ ପାଇଁ ୮ଦିନ ଧରି ଚାଲିଥିବା ପ୍ରଚାର ଶେଷ ହୋଇଛି । ଆଉ ଦିନକ ପରେ ଭୋଟ୍ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବୁଥ୍ ଅଭିମୁଖେ ଯିବେ ପୋଲିଂ ପାର୍ଟି । ୩ ପର୍ଯ୍ୟାୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ। ଏଥିପାଇଁ ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେବା ଲାଗି ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି। ଉପ-ନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ । ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଶାନ୍ତି ଶୃୃଂଖଳା ରକ୍ଷା କରିବା ପାଇଁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲା ପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ସୂଚନା ଯେ, ପିପିଲି ନିର୍ବାଚନ ମଣ୍ଡଳୀର ମୋଟ ୩୪୮ଟି ବୁଥରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଥିବାବେଳେ ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ରହିଛି। ଏହି ୧୭୫ ବୁଥରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଓ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା କରାଯାଇଛି। ଜିଲାପାଳ ସମର୍ଥ ବର୍ମା ଏ ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି।

Leave A Reply

Your email address will not be published.

twelve + seventeen =