ଅଯୋଧ୍ୟା ବିକାଶ କାମର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଯୋଧ୍ୟା ବିକାଶ ଉପରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀମାନେ ସହରର ବିକାଶର ବିଭିନ୍ନ ଦିଗ ଉପରେ ଉପସ୍ଥାପନା କରିଥିଲେ । ଅଯୋଧ୍ୟାକୁ ଏକ ସହର ଭାବରେ ବର୍ଣ୍ଣନା କରି ପ୍ରତ୍ୟେକ ଭାରତୀୟଙ୍କ ସାଂସ୍କୃତିକ ଚେତନାରେ ପରିପୂର୍ଣ୍ଣ ହୋଇ ଏହି ସହର ଆମର ପରମ୍ପରା ଏବଂ ବିକାଶମୂଳକ ପରିବର୍ତ୍ତନର ସର୍ବୋତ୍ତମ ପ୍ରଦର୍ଶନ କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପବିତ୍ର ସହରର ସଂଯୋଗୀକରଣ ବ୍ୟବସ୍ଥା କରିବା ନିମନ୍ତେ ପାଇଁ ଆଗାମୀ ପ୍ରକଳ୍ପଗୁଡ଼ିକ ପାଇଁ ଯୋଜନା ଉପସ୍ଥାପନ କରିଥିଲେ ଯେଉଁଥିରେ ଭିତ୍ତିଭୂମି, ରେଳ ଷ୍ଟେସନ, ବିମାନବନ୍ଦର, ବସ୍‌ ଷ୍ଟେସନ୍‌, ସଡ଼କ ଏବଂ ରାଜପଥ ଅନ୍ତର୍ଭୁକ୍ତ ରହିଛି । ବୈଠକରେ ଗ୍ରୀନଫିଲ୍ଡ ଟାଉନସିପରେ ଭକ୍ତଙ୍କ ରହିବା ସ୍ଥାନ, ଆଶ୍ରମ ପାଇଁ ସ୍ଥାନ, ମଠ, ହୋଟେଲ, ବିଭିନ୍ନ ରାଜ୍ୟର ଅତିଥି ଭବନ ବିଷୟରେ ଆଲୋଚନା କରାଯାଇଛି । ଏକ ପର୍ୟ୍ୟଟନ ସୁବିଧା କେନ୍ଦ୍ର ଓ ଏକ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ ନିର୍ମାଣ ହେବା ନେଇ ଆଲୋଚନା ହୋଇଥିବା ଜଣାପଡିଛି ।
ନୂତନ ଭାବେ ବିକଶିତ ହେବାକୁ ଥିବା ସହରରେ ସାଇକେଲ ଏବଂ ପାଦଚଲା ଲୋକଙ୍କ ପାଇଁ ପର୍ୟ୍ୟାପ୍ତ ସ୍ଥାନ ରହିବ । ସ୍ମାର୍ଟ ସିଟି ଭିତ୍ତିଭୂମି ବ୍ୟବହାର କରି ଆଧୁନିକ ଢଙ୍ଗରେ ଟ୍ରାଫିକ୍‌ ପରିଚାଳନା ମଧ୍ୟ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଯୋଧ୍ୟା ଉଭୟ ଆଧ୍ୟାତ୍ମିକ ଏବଂ ଉତ୍କୃଷ୍ଟ । ଭବିଷ୍ୟତର ଭିତ୍ତିଭୂମି ସହିତ ଏହି ସହରର ମାନବୀୟ ନୈତିକତା ନିଶ୍ଚିତ ଭାବରେ ମେଳ ହେବା ଆବଶ୍ୟକ, ଯାହା ପର୍ୟ୍ୟଟକ ତଥା ତୀର୍ଥଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଅଯୋଧ୍ୟାର ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏହାର ସାଂସ୍କୃତିକ ସ୍ପନ୍ଦନକୁ ଅଭିନବ ଉପାୟରେ ଜୀବନ୍ତ ରଖିବା ଆମର ସାମୂହିକ ପ୍ରୟାସ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

nine + four =