ଆଜିଠୁ ଜମିବ ପିପିଲି ଉପ ନିର୍ବାଚନ

0

ଭୁବନେଶ୍ବର : ଆସନ୍ତାକାଲିଠୁ ଜମିବ ପିପିଲି ଉପନିର୍ବାଚନ ପ୍ରଚାର । ବିଦ୍ଧିବଦ୍ଧ ଭାବେ ମୈଦାନକୁ ଓହ୍ଲାଇବେ ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ । ଏନେଇ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । ଏଥର ପିପିଲିରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରୟାସ କରିବେ ସବୁ ରାଜନୈତିକ ଦଳ । ପିପିଲି ଉପନିର୍ବାଚନରେ ବଡ ବ୍ୟବଧାନରେ ବିଜୟ ଲାଭ କରିବା ପାଇଁ ବିଜେଡି ଜୋରଦାର ଉଦ୍ୟମ କରୁଛି । ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସରିଛି । ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରଚାର କରିବା ପାଇଁ ଅଣ୍ଟା ଭିଡିଛନ୍ତି । ବିଜେପି ପାଇଁ ଦଳୀୟ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାର କରିବେ । କୋଭିଡ୍‌ ପାଇଁ ନିର୍ବାଚନ କମିଶନ ପ୍ରଚାର ଉପରେ କଟକଣା ଜାରି କରିଥିବାରୁ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି । କରୋନା କଟକଣା ଭିତରେ ପ୍ରଚାର କରିବା ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

Leave A Reply

Your email address will not be published.

twenty + 8 =