ପ୍ରିୟଙ୍କା ଦେଇଥିଲେ ମିଛ ତଥ୍ୟ, ପିଆଇବି କଲା ଖଣ୍ଡନ

0

ପ୍ରେସ ଇନଫର୍ମେଶନ ବ୍ୟୁରୋ ବା ପିଆଇବି ଫ୍ୟାକ୍ଟ ଚେକ୍ ଦ୍ୱାରା ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ବିଭ୍ରାନ୍ତିକର ବୋଲି ବର୍ଣ୍ଣନା କରାଯାଇଛି | ଯେଉଁଥିରେ ଏକ ଭିଡିଓ ସେୟାର କରାଯାଇଛି ଏବଂ ଘରୋଇ କମ୍ପାନୀର ନାମକୁ ନେଇ ସରକାରଙ୍କୁ ସମାଲୋଚନା କରାଯାଇଛି | ପିଆଇବି ଫ୍ୟାକ୍ଟ ଚେକ କହିଛି ଯେ ଏହା କେବଳ ଏକ ବିଜ୍ଞାପନ | ଏହି ଭିଡିଓଟି ପ୍ରକୃତରେ ସୋସିଆଲ ମିଡିଆରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେୟାର କରିଥିଲେ ।

ଭିଡିଓ ସହିତ ସୋସିଆଲ ମିଡିଆ ପୋଷ୍ଟରେ ପ୍ରିୟଙ୍କା ଗାନ୍ଧୀ ଲେଖିଥିଲେ ଯେ, ଯେଉଁ ଭାରତୀୟ ରେଳକୁ ଦେଶର କୋଟି କୋଟି ଲୋକ ନିଜର ପରିଶ୍ରମ ବଳରେ ନିର୍ମାଣ କରିଥିଲେ, ବିଜେପି ସରକାର ଏଥିରେ କୋଟିପତି ବନ୍ଧୁ ଅଦାନୀ ଗ୍ରୁପର ଫଟୋକୁ ଲଗାଇଛନ୍ତି | ଆଗକୁ ଧୀରେ ଧୀରେ ଭାରତୀୟ ରେଳବାଇର ଏକ ବଡ଼ ଅଂଶ ମୋଦୀଙ୍କ କୋଟିପତି ବନ୍ଧୁଙ୍କ ନିକଟକୁ ଚାଲିଯିବ ବୋଲି ଉଲ୍ଲେଖ କରିଥିଲେ |

ଏହି ଭିଡିଓକୁ ପ୍ରିୟଙ୍କା ଗାନ୍ଧୀ ନିଜ ଅଫିସିଆଲ୍ ଫେସବୁକ୍ ପେଜରେ ୧୪ ଡିସେମ୍ବରରେ ପୋଷ୍ଟ କରିଥିଲେ । ଆଉ ଏହି ଭିଡିଓକୁ ନେଇ ପିଆଇବି ବିଭ୍ରାନ୍ତିକର ବୋଲି କହିଛି | ପିଆଇବି ଉଲ୍ଲେଖ କରିଛି ଯେ, ରେଳବାଇରେ ଦେଖାଯାଉଥିବା ଘରୋଇ କମ୍ପାନୀର ଲୋଗୋ ଏକ ବିଜ୍ଞାପନ ହୋଇଥିବାବେଳେ ମିଛ ପୋଷ୍ଟ କରି ଲୋକଙ୍କୁ ଭୁଲ ତଥ୍ୟ ଦିଆଯାଉଛି |

Leave A Reply

Your email address will not be published.

9 + nine =