ଅଗଷ୍ଟ ସୁଦ୍ଧା ଫାଇଜର ଓ ମଡର୍ଣ୍ଣା ଟିକା

0

ଭୁବନେଶ୍ୱର: ସଂକ୍ରମଣ ରୋକିବା ସରକାର ଟୀକାକରଣ ଅଭିଯାନକୁ ଗୁରୁତ୍ଵ ଦେଉଛନ୍ତି । କୋଭିଡ୍‌-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ ଟିକାର ଆବଶ୍ୟକତା ରହିଥିବା ବେଳେ ଆସନ୍ତା ଅଗଷ୍ଟ ସୁଦ୍ଧା କୋଭାକ୍ସ ସୁବିଧା ଦ୍ୱାରା ଦେଶକୁ ୩ରୁ ୪ ମିଲିୟନ୍‌ ଡୋଜ୍‌ର ଫାଇଜର ଓ ମଡର୍ଣ୍ଣା ଟିକା ପ୍ରାପ୍ତ ହୋଇପାରେ ବୋଲି ସୂଚନା ରହିଛି ।

ରିପୋର୍ଟ ଅନୁସାରେ ଗାଭି ଟିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମିଳିତ ଭାବେ କୋଭାକ୍ସ ନେତୃତ୍ୱରେ ଚଳିତମାସ ଶେଷ ସୁଦ୍ଧା ଆମେରିକା ନିର୍ମିତ ଡୋଜକୁ ଭାରତ ପଠାଇବେ । ତେବେ ଏ ନେଇ ରିଉଟରସ ପକ୍ଷରୁ ଏହି ଦୁଇ ଔଷଧ କମ୍ପାନିକୁ ପଠାଯାଇଥିବା ମେଲ୍‌ର ଏଯାବତ୍‌ କୌଣସି ଉତ୍ତର ଆସିନାହିଁ । କେବଳ ସେତିକି ନୁହେଁ, ଗାଭି ଏବଂ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ ।

କହିରଖୁଛୁ, ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବେଶ୍‌ ଆଗୁଆ । ଦ୍ୱିତୀୟ ଲହର ପୂର୍ବରୁ ଭାରତ ପ୍ରାୟ ୬୬ ମିଲିୟନ୍‌ ଡୋଜ୍‌ ଟିକା ବିକ୍ରି ଓ ଦାନ କରିସାରିଛି ।

Leave A Reply

Your email address will not be published.

six + twenty =