ରେସଲର ସୁଶୀଲଙ୍କ ଅଜବ ଦାବି

0

ନୂଆଦିଲ୍ଲୀ: ସାଗର ଧନଖଡ ହତ୍ୟା ମାମଲାରେ ତିହାର ଜେଲରେ ବନ୍ଦୀଥିବା ରେସଲର ସୁଶୀଲ କୁମାର ଜେଲ ପ୍ରଶାସନ ଆଗରେ ଅଜବ ଦାବି କରିଛନ୍ତି । ଦାବି ଅନୁଯାୟୀ ଜେଲ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ରେସଲର ସୁଶୀଲ କୁମାର ତିହାର ଜେଲରେ ଟିଭି ପାଇଁ ଦାବି କରିଛନ୍ତି । ତିହାର ପ୍ରଶାସନକୁ ଲେଖିଥିବା ଏକ ପତ୍ରରେ ସୁଶୀଲ କୁମାର କହିଛନ୍ତି ଯେ ତାଙ୍କ ସେଲରେ ଟିଭି ଦରକାର । ଟିଭିରେ ଦେଶ, ଦୁନିଆ ବିଷୟରେ ସୂଚନା ଦେଖିବାକୁ ଚାହୁଁଛି । ସୁଶୀଲ କୁମାର ଚିଠିରେ ଲେଖିଛନ୍ତି ଯେ ସେ ଜଣେ କୁସ୍ତିକାର । ରେସଲିଂ ହେଉଛି ତାଙ୍କର ଖେଳ ଓ ହବି । ସେ ଟିଭି ମାଧ୍ୟମରେ ଦୁନିଆରେ କୁସ୍ତି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଚାହୁଁଛନ୍ତି । ଯାହା ଉପରେ ଜେଲ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । ବର୍ତ୍ତମାନ ଜେଲ ମାନୁଆଲ ଅନୁଯାୟୀ ତାଙ୍କୁ ଖବରକାଗଜ ଯୋଗାଇ ଦିଆଯାଉଛି । ଏହାପୂର୍ବରୁ ସେ ଜେଲରେ ପ୍ରୋଟିନ ଦାବି କରିଥିଲେ । ଯାହାକୁ କୋର୍ଟ ଏବଂ ଜେଲ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଥିଲେ ।

Leave A Reply

Your email address will not be published.

two × 3 =