ସେଞ୍ଚୁରି ମାରିଲା ପେଟ୍ରୋଲ

0

ଭୁବନେଶ୍ୱର: ଗୋଟିଏ ପଟେ ମହାମାରୀ କରୋନା ରେ ଆର୍ଥିକ ଅବସ୍ଥା ଭାଙ୍ଗିଥିବା ବେଳେ ଅନ୍ୟପଟେ ଲଗାତାର ଭାବରେ ପେଟ୍ରୋଲ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି । କାରଣ ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଶହେ ଟପିଛି । ବିଭିନ୍ନ ଟାଙ୍କିରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଏକ ପଇସା ରହିଛି । ଏହି ଦର ବୃଦ୍ଧିକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୈଳ ଦର ବୃଦ୍ଧି ପ୍ରତିବାଦ ରେ ବିଭିନ୍ନ ସାଙ୍ଗଠନିକ ଦଳ ମାନେ ମଧ୍ୟ ପ୍ରତିବାଦ କରୁଛନ୍ତି ।

ଗତ ୧୨ ଦିନ ପୂର୍ବରୁ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ୯୭.୯୮ ଟଙ୍କାରେ ପହଞ୍ଚିଥିଲା । ସେହିପରି ଡିଜେଲ ଦର ୯୫.୮୭ ଟଙ୍କାରେ ପହଞ୍ଚିଥିଲା । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଥିଲା । ସମ୍ବଲପୁରରେ ପେଟ୍ରୋଲ ୯୮.୫୯ ଓ ଡିଜେଲ ୯୬.୪୭ ଟଙ୍କାରେ ବିକ୍ରି ହେଉଥିଲା । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କାରେ ବିକ୍ରି ହେଉଥିଲା । ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୯୯.୨୩ ଟଙ୍କାରେ ବିକ୍ରି ହେଉଥିଲା ।

Leave A Reply

Your email address will not be published.

five + 15 =