ରାଜ୍ୟ ସଭାପତି ହେବେ ନଭାଜୋତ ସଂହ ସିଦ୍ଧୁ

0

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅନ୍ତଃକହଳରେ ଅବସାନ ଘଟିବାକୁ ଯାଉଛି । ପାର୍ଟି ହାଇକମାଣ୍ଡ୍‌ ନଭାଜୋତ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ସଭାପତି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି କ୍ୟାପଟେନ ଅମରିନ୍ଦର ସିଂହ ପୂର୍ବପରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ । ପାର୍ଟିରେ ଲାଗିଥିବା କହଳକୁ ନେଇ କଂଗ୍ରେସ ମହାସଚିବ ତଥା ପଞ୍ଜାବ ପ୍ରଭାରୀ ହରୀଶ ରାୱତ କହିଛନ୍ତି, ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ କରାଯାଇଥିବା ଫର୍ମୂଲାରେ ଉଭୟପକ୍ଷ ସହମତ ହୋଇଛନ୍ତି । ସେ କହିଛନ୍ତି, କଳହ ତୁଟାଇବା ନିମନ୍ତେ ପ୍ରସ୍ତୁତ ଫର୍ମୂଲା ଅନୁସାରେ ଉଭୟ ସିଦ୍ଧୁ ଓ କ୍ୟାପଟେନ ସିଂହ ମିଳିମିଶି କାମ କରିବେ । ପାର୍ଟି ନେତାଙ୍କ ଅନୁସାରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟସ୍ଥତାରେ ପାର୍ଟି ସଂଗଠନରେ ଥିବା ମତଭେଦ ଦୂର କରିବା ପାଇଁ ରାସ୍ତା ବାହାର କରାଯାଇଥିଲା । ନୂଆ ଫର୍ମୂଲା ଅନୁସାରେ ହିନ୍ଦୁ ଓ ଦଳିତ ସମ୍ପ୍ରଦାୟରୁ ଦୁଇଜଣ କାର୍ଯ୍ୟକାରୀ ସଭାପତି ରହିବେ । ଫଳରେ ରାଜନୈତିକ ସଙ୍କଟ ସହ ଜାତୀୟ ତଥା କ୍ଷେତ୍ରୀୟ ସମୀକରଣକୁ ମଧ୍ୟ ଦୂର କରାଯାଇପାରିବ । ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଥିବା ମତଭେଦ ଦୂର କରିବା ପାଇଁ କ୍ୟାବିନେଟ ବିସ୍ତାର ମଧ୍ୟ କରାଯାଇପାରେ । ଏହି କ୍ରମରେ କିଛି ନୂଆ ନେତାଙ୍କୁ ସରକାରରେ ସାମିଲ କରାଯିବ । ସିଦ୍ଧୁଙ୍କୁ ସଭାପତି କରାଇବା ନିଷ୍ପତ୍ତି ପରେ ପାର୍ଟିର ପ୍ରଦେଶାଧ୍ୟକ୍ଷ ହିନ୍ଦୁ କି ଶିଖ୍‌ ହେବେ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ମଧ୍ୟ ଅନ୍ତ ଘଟିଛି । ରାଜ୍ୟ କଂଗ୍ରେସର ମତଭେଦକୁ ନେଇ ନିକଟରେ ପାର୍ଟି ମହାସଚିବ କେସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ, ପଞ୍ଜାବ ପ୍ରଭାରୀ ହରୀଶ ରାୱତ୍‌ ଓ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Leave A Reply

Your email address will not be published.

eighteen + 10 =