ଫେଲ୍‌ ମାରିଲା ପାକିସ୍ତାନର ଆମ୍ବ କୂଟନୀତି

0

ପାକିସ୍ତାନ ଆମ୍ବକୁ ପସନ୍ଦ କଲେ ନାହିଁ ଆମେରିକା ଓ ଚୀନ । ଇମ୍ରାନ ପଠାଇଥିବା ଉପହାରକୁ କ୍ୱାରେଣ୍ଟାଇନ ନିୟମ ବିରୋଧରେ କହି ଫରାଇଦେଲେ ଦୁଇ ଦେଶ । କରୋନା ମହାମାରୀ ଏବଂ ଆର୍ଥିକ ସଙ୍କଟର ମଧ୍ୟରେ ଗତି କରୁଥିବା ପାକିସ୍ତାନ ନୂଆ କୂଟନୀତି ଆପଣାଇବାକୁ ଚେଷ୍ଟା କରିଛି । କିନ୍ତୁ ଏହି ରଣନୀତି ସଫଳ ହେଲା ନାହିଁ । ନୂଆ କୂଟନୀତି ଅଧୀନରେ ପାକିସ୍ତାନ ବିଭିନ୍ନ ପ୍ରକାରର ଆମ୍ବକୁ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ରୂପେ ପଠାଉଛି । କିନ୍ତୁ ପାକିସ୍ତାନର ସର୍ବୋତ୍ତମ ବନ୍ଧୁ ଚୀନ୍‌ ଏବଂ ଆମେରିକାକୁ ଏହି ଆମ୍ବ ଉପହାରକୁ ଗ୍ରହଣ ନ କରି ଆମ୍ବକୁ ଫେରାଇ ଦେଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଓ ଚୀନ୍‌ ସମେତ ୩୨ରୁ ଅଧିକ ଦେଶର ମୁଖ୍ୟଙ୍କୁ ଆମ୍ବ ପଠାଇଥିଲେ, କିନ୍ତୁ ଆମେରିକା ଏବଂ ଚୀନ୍‌ ଭଳି ଦେଶ ସେମାନଙ୍କ କରୋନାଭାଇରସ୍‌ କ୍ୱାରେଣ୍ଟାଇନ୍‌ ନିୟମ ଦର୍ଶାଇ ଉପହାରକୁ ଅସ୍ୱୀକାର କରିଛନ୍ତି । ଚୀନ୍‌ ଓ ଆମେରିକା ବ୍ୟତୀତ କାନାଡା, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନରୁ ପଠାଯାଇଥିବା ଆମ୍ବକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।

Leave A Reply

Your email address will not be published.

1 × one =