ସିଲିଣ୍ଡର ବିସ୍ଫୋରଣରେ ଥରିଲା ବରକତ ମାର୍କେଟ

0

ଲାହୋର: ଲାହୋରର ବରକତ ମାର୍କେଟରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଏକାଧିକ ଲୋକ ମୃତହାତ ହୋଇଥିବା ଆଶଙ୍କା କରାଯାଉଛି । ଅନେକ ଗାଡି ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନ ମିଡିଆରେ ଖବର ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୨ କିମି ଯାଏ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ବିସ୍ଫୋରଣ ପରେ ମାର୍କେଟରେ ଥିବା ୋକାନଗୁଡିକରେ ନିଆଁ ଲାଗି ଯାଇଥିଲା । ଘଟଣା ପରେ ଏକାଧିକ ଆମ୍ବୁଲାନ୍ସ ମାର୍କେଟରେ ପହଞ୍ଚିଥିଲା । ଆହତମାନଙ୍କୁ ଏବେ ଉଦ୍ଧାର କରାଯାଇ ଲାହୋରରେ ଥିବା ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଗୋଟିଏ ପରେ ଗୋଟିଏ କରି ୧୦ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୧୨ଟି ଗାଡି ଓ ୨୦ରୁ ଅଧିକ ୋକାନ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀଙ୍କ ହାତ ରହିଛି କି ନାହିଁ ତା’ର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.

3 + 6 =