ପାକିସ୍ତାନ ପୁଣି ଥରେ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଲା

0

ପାକିସ୍ତାନ ନିଜ ମାଟିରେ ଆତଙ୍କୀ ସଂଗଠନକୁ ଲାଳନ ପାଳନ କରୁଥିବାରୁ ଫାଇନାଲସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକରେ ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟ ତାଲିକାରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ସଂପ୍ରତି ମୁସ୍କିଲ କମିବା ବଦଳରେ ବଢିବାର ସମ୍ଭାବନା ରହିଛି । ଏଫଏଟିଏଫର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୭ କାର୍ଯ୍ୟବିନ୍ଦୁ ମଧ୍ୟରୁ ଏ ପର୍ଯ୍ୟନ୍ତ କେବଳ ୨୬ ପୂରା କରିଛି । ବାକି ଗୋଟିଏ ବିନ୍ଦୁ ଲାଗୁ କରିବାକୁ ପାକିସ୍ତାନକୁ ଅତି କମରେ ଦୁଇରୁ ତିନି ମାସର ସମୟ ଲାଗିବ । ପଡୋଶୀ ଆତଙ୍କୀ ଦେଶ ପ୍ରଶ୍ନ କରିଛି ଯେ, ୨୦୧୮ ପରଠୁ ଏ ପର୍ଯ୍ୟନ୍ତ ପାକିସ୍ତାନ ଏତେ ସବୁ ବିନ୍ଦୁ ଉପରେ କାମ ପୂରା କରି ସାରିବା ପରେ ମଧ୍ୟ ତାକୁ ଗ୍ରେ ଲିଷ୍ଟରେ ରଖାଯାଇଛି । ଏଫଏଟିଏଫର ଏହି ନିଷ୍ପତ୍ତି କାରଣରୁ ପାକିସ୍ତାନକୁ ପ୍ରାୟ ୩୮ ଅରବ ଡଲାର କ୍ଷତି ସହିବାକୁ ପଡିବ । ଏଫଏଟିଏଫ ସମୂହରେ ଚୀନ, ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଓ ଭାରତ ସାମିଲ । ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟରେ ରହିବାର ଅର୍ଥ ଏହା ଆହୁରି ଦୟନୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.

18 + four =