୧.୧ ଲକ୍ଷ କୋଟିର ଋଣ କରୋନା ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

0

ନୂଆଦିଲ୍ଲୀ : କରୋନା ମହାମାରୀ ସହ ଦେଶ ଲଢୁଛି । କରୋନା ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ସମ୍ପୂର୍ଣ୍ଣ ଅର୍ଥନୀତିକୁ ୋହଲାଇ ଦେଇଛି । ଏହି ଆର୍ଥିକ ଚାପରୁ ମୁକୁଳିବା ପାଇଁ କ୍ଷତିଗ୍ରସ୍ତ ସେକ୍ଟରଗୁଡିକ ପାଇଁ କେନ୍ଦ୍ର ସରକାର ଋଣ ସହାୟତାର ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ୍‌ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସହାୟତା ସ୍କିମ୍‌ ଘୋଷଣା କରିଛନ୍ତି । ଏହି ଯୋଜନା ଆଧାରରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଅନ୍ୟ ସେକ୍ଟରମାନଙ୍କ ପାଇଁ ୬୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି । ଏହା ସହିତ ୭.୯୫ ପ୍ରତିଶତ ସୁଧରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯିବାକୁ ଘୋଷଣା କରାଯାଇଛି । ସେହିଭଳି ଅନ୍ୟ ସେକ୍ଟରମାନଙ୍କ ପାଇଁ ୮.୨୫ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇଦିଆଯିବ । ଟ୍ରାଭେଲ ଏଜେନ୍ସିମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପର୍ଯ୍ୟଟକ ଗାଇଡମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଯେଉଁଥିରେ ଉପକୃତ ହେବେ ଦେଶର ୧୧ ହଜାର ଟୁରିଷ୍ଟ ଗାଇଡ୍‌ ।
ଦେଶର ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇଦେବେ କେନ୍ଦ୍ର ସରକାର । ଏହାସହିତ ଦେଶରେ ନଭେମ୍ବର ମାସ ଯାଏଁ ଜାରି ରହିବ ଗରିବ ଅନ୍ନ କଲ୍ୟାଣ ଯୋଜନା । ଦେଶରେ କରୋନା ସଂକ୍ରମଣ ପ୍ରତିବନ୍ଧକ ହଟାଯିବାପରେ ବିଦେଶରୁ ଭାରତ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ଯାତ୍ରୀଙ୍କ ପାଇଁ ଭିସା ଫିସ୍‌ ଛାଡ କରାଯିବ । ଏହି ସ୍କିମ୍‌ ୨୦୨୨ ମସିହା ମାର୍ଚ୍ଚ ୩୧ ଯାଏଁ ଲାଗୁ ରହିବ । ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୦୦ କୋଟି ଟଙ୍କା । ଏହି ଯୋଜନାରେ ଜଣେ ଯାତ୍ରୀ କେବଳ ଥରେ ହିଁ ଏହି ସୁବିଧା ପାଇପାରିବେ ।

Leave A Reply

Your email address will not be published.

twenty + 18 =