ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପି. ଚିଦାମ୍ବରମ

0

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ରୋଷେଇ ଗ୍ୟାସ ଦର ବୃଦ୍ଧି ହେବାରେ ଲାଗିଛି । ଅଣ-ସବସିଡ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି। ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରିଛନ୍ତି ସରକାରୀ ତୈଳ କମ୍ପାନୀମାନେ । ରାଜଧାନୀ ଦିଲ୍ଲୀରେ ୧୪.୨ ଲିଟର ଏଲପିଜି ସିଲିଣ୍ଡରର ଦାମ୍‌ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଲଗାତାର ରୋଷେଇ ଗ୍ୟାସ ଦର ବୃଦ୍ଧି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ସେ କହିଛନ୍ତି କି, ‘ମୋଦୀ ହେ, ମୁମକିନ ହେ’। ସେ ଟ୍ୱିଟ କରି ନଭେମ୍ବର ୨୦୨୦ରୁ ଜୁଲାଇ ୨୦୨୧ ମଧ୍ୟରେ ବଢିଥିବା ରୋଷେଇ ଗ୍ୟାସ ଦର ବିବରଣୀ ଦେଇଛନ୍ତି ।

Leave A Reply

Your email address will not be published.

one × 5 =