ଅକ୍ସିଜେନ ଅଭାବରୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନାହିଁ: ଆଇସିଏମଆର

0

ନୂଆଦିଲ୍ଲୀ: ଦେଶରେ କରୋନା କାଳରେ ଅକ୍ସିଜେନ ଅଭାବ ଯୋଗୁ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବା ଖବର ଆସିଥିଲା । ତେବେ ରାଜ୍ୟସଭାରେ କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି କୁହାଯାଇଛି କି ସ୍ୱାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ । ବିସ୍ତୃତ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିୟମିତ ପ୍ରଦାନ କରିଥାଆନ୍ତି । ତେବେ ଏଯାବତ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ ହେତୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି ।

Leave A Reply

Your email address will not be published.

three × five =