ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍‌ ମେଡିକାଲରେ ଭର୍ତ୍ତି

0

ମାଙ୍ଗାଲୁର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଣ୍ଡିଜ୍‌ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯୋଗାଭ୍ୟାସ କାଳରେ ପଡିଯିବାରୁ ଫର୍ଣ୍ଣାଣ୍ଡିଜଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ କହିଛନ୍ତି । ଦୁର୍ଘଟଣା ପରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଯୋଗୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି । ଗତ ରବିବାର ସକାଳେ ଯୋଗ କରିବା ବେଳେ ଫର୍ଣ୍ଣାଣ୍ଡିଜ ପଡିଯାଇଥିଲେ । ସେତେବେଳେ ଦୁର୍ଘଟଣାକୁ ସେ ହାଲୁକା ଭାବେ ନେଇଥିଲେ । ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ତେବେ ସେ ଘରକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କ ମସ୍ତିଷ୍କରେ ତୁରନ୍ତ ଅପରେସନ ଆବଶ୍ୟକତା ଥିବା ଡାକ୍ତରମାନେ କହିଛନ୍ତି ।

Leave A Reply

Your email address will not be published.