ଜୁଲାଇ ସୁଦ୍ଧା ଲାଗୁ କର ୱାନ୍‌ ନେସନ ୱାନ ରାସନ କାର୍ଡ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ୱାନ ନେସନ ୱାନ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୧ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ମଧ୍ୟରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ପାଇବାରେ ସୁବିଧା ପାଇବେ । ପ୍ରବାସୀ ଶ୍ରମିକଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ସୁପ୍ରିମକୋର୍ଟ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟ କରୋନା ମହାମାରୀ କାରଣରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରବାସୀଙ୍କ ପାଇଁ ଶୁଖିଲା ରାସନ ଯୋଗାଇବା ଏବଂ ମହାମାରୀ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ରୋଷେଇ କରି ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନ୍ୟାସନାଲ ଡାଟା ଗ୍ରୀଡ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଜୁଲାଇ ୩୧ ସୁଦ୍ଧା କରିବାକୁ ଅଦାଲତ କହିଛନ୍ତି । ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ କରିବାକୁ ରାଜ୍ୟ ଓ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଏନଆଇସି ସହଯୋଗରେ ଏକ ୱେବସାଇଟ ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ । ଏଥିସହ ୨୦୨୧ ଜୁଲାଇ ୩୧ ସୁଦ୍ଧା ସମସ୍ତ ଶ୍ରମିକଙ୍କ ପଞ୍ଜିକରଣ ସାରିବାକୁ କୋର୍ଟ କହିଛନ୍ତି ।

Leave A Reply

Your email address will not be published.

three × 1 =