ଆଉ ଜଣେ ଜିଏସ୍‌ଟି ଠକ ଗିରଫ

0

ଆଜି ରାଉରକେଲାରେ ପୁଣି ଜଣେ ଜିଏସ୍‌ଟି ଠକ ଧରାପଡିଛନ୍ତି। ଅଭିଯୁକ୍ତ ହେଉଛନ୍ତି ଏଜାଜ ଅହମଦ। ସୋନି ଆଇରନ ଓ ଷ୍ଟିଲ ଏବଂ ହରିହର ଏଣ୍ଟରପ୍ରାଇଜେସ ନାମକ ଦୁଇଟି ଜାଲ କମ୍ପାନି ଖୋଲି ପ୍ରାୟ ୨୭ କୋଟିର ବେପାର କରିଥିଲେ। ଜିଏସ୍‌ଟି ଇନପୁଟ କ୍ରେଡିଟ ଟ୍ୟାକ୍ସ ବାବଦକୁ ୫ କୋଟି ଟଙ୍କା ଲୁଟିନେଇଛନ୍ତି। ଅଭିଯୁକ୍ତ ଝାରସୁଗୁଡା ଓ ରାଉରକେଲା ରେ ରହି ବେପାର କରୁଥିଲେ। ଗତକାଲି ଅଭିଯୁକ୍ତଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଥିଲା। ଆଜି ରାଉରକେଲା ଏସଡିଜେଏମ କୋର୍ଟରେ ତାଙ୍କୁ ହାଜର କରାଯାଇଛି।

Leave A Reply

Your email address will not be published.

fifteen + two =