ପ୍ରଥମେ ରାଜ୍ୟପାହ୍ୟା, ପରେ ନିର୍ବାଚନ : ଓମାର

0

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପୂର୍ବରୁ ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟପାହ୍ୟା ଫେରାଇଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଦାବି କରିଛନ୍ତି । ଯଦି ନିଜର ଏଜେଣ୍ଡା (କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ) ପୂରଣ କରିବାକୁ ବିଜେପି ୭୦ ବର୍ଷ ଅପେକ୍ଷା କରିପାରିଲା, ତେବେ ରାଜ୍ୟପାହ୍ୟା ଫେରାଇ ଆଣିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ ବୋଲି ଓମାର କହିଛନ୍ତି । ନିର୍ବାଚନ ପୂର୍ବରୁ ରାଜ୍ୟପାହ୍ୟା ଫେରାଇଆଣିବା ସେମାନଙ୍କର ପ୍ରମୁଖ ଦାବି ବୋଲି ଉଲ୍ଲେଖ କରି ଓମାର ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି । ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ ।

Leave A Reply

Your email address will not be published.

11 + eight =