ପେଟ୍ରୋଲ ଡିଜେଲ ପରେ ଏବେ ମହଙ୍ଗା ହେଲା ବିମାନ ଇନ୍ଧନ

0

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପରେ ଏବେ ବିମାନ ଇନ୍ଧନ ମହଙ୍ଗା ହୋଇଛି । ଏୟାର ଫ୍ୟୁଏଲ ମୂଲ୍ୟ ଦିଲ୍ଲୀ ବଜାରରେ ଗୁରୁବାର ୬୮ ହଜାର ୨୬୨ ଟଙ୍କା ପ୍ରତି ଲିଟର ପହଞ୍ଚିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ସୂଚନା ମୁତାବକ, ଦେଶର ସୁବୁଠାରୁ ଅଧିକ ଇନ୍ଧନ ଯୋଗାଣ କରୁଥିବା ଯୋଗାଣକାରୀ ସଂସ୍ଥା ଗୁରୁବାର ଦିଲ୍ଲୀରେ ୩.୬ ପ୍ରତିଶତ ଦାମ ବୃଦ୍ଧି କରିଛି । ଏହା କାରଣ ପଛରେ ଅନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ତୈଳ ଦରର ପ୍ରଭାବ ପଡ଼ିଥିବା ଜଣାପଡ଼ିଛି । ୩.୬ ପ୍ରତିଶତ ବଢ଼ିବା ଦ୍ୱାରା ଦିଲ୍ଲୀରେ ଦାମ ପ୍ରତି କିଲୋଲିଟର ୬୭୮,୨୬୨.୩୫ରେ ପହଞ୍ଚିଛି । ସେହିପରି କୋଲକାତାରେ ୩.୨୭ ପ୍ରତିଶତ ବଢ଼ି ୭୨,୨୯୫.୨୪ଟଙ୍କା ରହିଛି । ମୁମ୍ୱାଇରେ ଏହା ୩.୭୭ ପ୍ରତିଶତ ବୃଦ୍ଧି ପାଇ ୬୬,୪୮୨.୯୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ମଧ୍ୟ ସମାନ ମୂଲ୍ୟ ରହିଥିବା ଆଇଓସିଏଲ ପକ୍ଷରୁ କୁହାଯାଇଛି । ତେବେ ଗତମାସ ଅର୍ଥାତ ଜୁନମାସ ୧ ତାରିଖରେ ମୂଲ୍ୟ ୬୪,୧୧୮ ଟଙ୍କା ଥିବା ବେଳେ ଜୁଲାଇ ମାସ ୧ ତାରିଖରେ ଏହା ୫ହଜାର ଟଙ୍କା ମହଙ୍ଗା ହୋଇଛି ।

Leave A Reply

Your email address will not be published.

four × 3 =