ଗୁଜରାଟ ସୁରତର ହଜିରାସ୍ଥିତ ONGC ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲଗାତାର ୩ଟି ବଡ଼ଧରଣର ବିସ୍ଫୋରଣ ପରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ହୋଇନି । ସୂଚନାଯୋଗ୍ୟ, ୨୦୧୫ ମସିହାରେ ମଧ୍ୟ ଏଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ଜୀବନ ଯାଇଥିଲା।