କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା !

0

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଖୁବ୍‌ଶୀଘ୍ର କୋଲକାତାରୁ ଓଡ଼ିଶା ଆସିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ରାଜ୍ୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ କହିଛନ୍ତି ଯେ, ବିମାନକୁ କୋଲକାତାରୁ କିପରି ଅଣାଯିବ ସେଥିପାଇଁ ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତେବେ ଡାକୋଟା ବିମାନ କେଉଁଠି ରହିବ ଓଡିଶା ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଗୋଲେଇ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ । ବାକି ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଅନୁମତି ମଗାଯାଇଛି । ଏନଓସି ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବ ପାଇଁ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ ।

Leave A Reply

Your email address will not be published.

3 × 2 =