ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

0

ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । ୭୭ ୟୁନିଟ ରକ୍ତ ସଂଗୃହୀତ ରକ୍ତଦାନ, ମହତଦାନ । ପୁଣି ରକ୍ତଦାତା ଅଟନ୍ତି ଜୀବନଦାତା । ଏହାକୁ ପ୍ରକୃତପକ୍ଷେ ହୃଦୟଙ୍ଗମ କରି କୋରୋନା ମହାମାରୀ ବିପତ୍ତି ସମୟରେ ଯେପରି ରକ୍ତର ଅଭାବ ନ ଘଟେ,ଏପରିକି ରକ୍ତ ଅଭାବରୁ କେହି ଯେପରି ମୃତ୍ୟୁବରଣ ନ କରନ୍ତି,ସେଥିପ୍ରତି ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ତେବେ ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଡିହ ପଂଚାୟତ ଅଧୀନ କଠଉଣି ମଠରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍‌ବେଚ୍‌ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳାର ମାନ୍ୟବର ବିଧାୟକ ପ୍ରଣବ ବଳବନ୍ତରାୟ ଏଥିରେ ଅତିଥି ରୂପେ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା-ଜୀବନଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୨ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ପ୍ରଣତି ଲେଙ୍କା,ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ସାହାଣିଡିହ ପଞ୍ଚାୟତର ପର୍ଯ୍ୟବେକ୍ଷକ ଦିଲ୍ଲୀପ ବରାଳ, ସ୍ଥାନୀୟ ପଞ୍ଚା଼ାୟତର ସରପଞ୍ଚ ଗିରିଧାରୀ ଜେନା , ସାମ୍ବାଦିକ ବିନୋଦ ବିହାରୀ ପରିଡା, ପଞ୍ଚାୟତର ବିଜେଡି ସଭାପତି ଲକ୍ଷ୍ମୀଧର କରଣ ଏବଂ ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରୁ ମୋଟ ୭୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

nineteen + seventeen =