ରାଜ୍ୟରେ କୋଟିଏ ଟପିଲା ଟୀକାକରଣ

0

ଭୁବନେଶ୍ୱର: ରାଜ୍ୟରେ କୋଟିଏରୁ ଅଧିକ କୋଭିଡ୍‌ ଟିକା ଦିଆଯାଇ ସାରିଲାଣି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶଭେଚ୍ଛା ଜଣାଇଛନ୍ତି । ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଭେଚ୍ଛା ଜଣାଇଛନ୍ତି । କୋ-ୱିନ୍‌ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍‌ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି । ପ୍ରଥମ ଡୋଜ୍‌ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି ।

Leave A Reply

Your email address will not be published.

20 − two =