ବାହାରେନରେ ଓଡିଆଙ୍କ ଯୋଗ ସଚେତନତା ଭର୍ଚୁଆଲ୍‌ କ୍ୟାମ୍ପ

0

ବହାରେନ ଓଡିଆ ସଦସ୍ୟମାନେ ନିଜ ନିଜ ପରିବାର ସହିତ ଯୋଗ ସଚେତନତା ଭର୍ଚୁଆଲ୍‌ କ୍ୟାମ୍ପ କରି ୭ମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ କରିଥିଲେ । ଓଡ଼ିଶା ରାଜ୍ୟର ପ୍ରଖ୍ୟାତ ଯୋଗ ଥେରାପିଷ୍ଟ ସରିତାଞ୍ଜଳି ନାୟକ ଏହି ଉତ୍ସବରେ ଯୋଗଦେଇ ଯୋଗର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଓ ସେମାନଙ୍କ ପରିବାର ପାଇଁ ଅନେକ ଲାଭବାନ ଯୋଗ ଆସନ ଏବଂ ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରିଥିଲେ । ସପ୍ତମ ଯୋଗ ଦିବସ ଉତ୍ସବର ବିଷୟବସ୍ତୁ ହେଉଛି “ସୁସ୍ଥତା ପାଇଁ ଯୋଗ’, “ଯୋଗ ସହିତ ରୁହ ଏବଂ ଘରେ ରୁହ’ । ଏହା କୋଭିଡ-୧୯ ମହାମାରୀର ବିଶ୍ୱସ୍ତରୀୟ ଚିନ୍ତାଧାରା ସହିତ ମେଳ ଖାଉଛି । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବା ସହସାମାଜିକ ଦୂରତାକୁ ମଧ୍ୟ ପ୍ରାଧାନ୍ୟ ଦେଇଥିଲେ । ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବ୍ୟାୟାମ ଯାହା ଦ୍ୱାରା କୌଣସି ମଣିଷ ନିଜ ଜୀବନକୁ ଏକ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିପାରିବ । ଯୋଗରେ କେବଳ ଆସନ ଓ ବ୍ୟାୟାମ ଅପେକ୍ଷା ବହୁତ ଅଧିକ ପ୍ରଭାବ ରହିଛି । ଏହା ଶରୀରରୁ ଆରମ୍ଭ ହୁଏ, ମନକୁ ଯାଏ ଏବଂ ଆତ୍ମାକୁ ଚାଲିଯାଏ । ଯୋଗ ଏକ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଯାହା ମନ ଏବଂ ଶରୀର, ବ୍ୟକ୍ତିଗତ ଚେତନା ଏବଂ ସର୍ବଭାରତୀୟ ଚେତନା ମଧ୍ୟରେ ସମନ୍ୱୟ ଆଣିବା ଉପରେ ଧ୍ୟାନ ଦେଇଥାଏ । ଏହି ଭର୍ଚ଼ୁଆଲ୍‌ରେ ବହାରେନ ଓଡ଼ିଆ ସମାଜର ମହିଳା ସଦସ୍ୟଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଯୋଗ ପ୍ରଦର୍ଶନ ମଧ୍ୟ ବହାରେନ ଓଡିଆ ସମାଜର କେତେକ ପ୍ରତିଷ୍ଠିତ ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା ।

Leave A Reply

Your email address will not be published.

four + 17 =