କରୋନା ପାଇଁ ଅଟକିଲା ଗଗନଯାନ ମିଶନ

0

ମହାମାରୀ କରୋନା ପ୍ରଭାବ ଯୋଗୁ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ଗଗନଯାନ ମିଶନ ଟାଳି ଦିଆଯାଇଛି। ପ୍ରଥମଥର ପାଇଁ ଇସ୍ରୋ ପକ୍ଷରୁ ମାନବ ବିହୀନ ଜେଟ ମହାକାଶକୁ ପଠାଇ ଯାଇଥାଆନ୍ତା। ହେଲେ କରୋନା ଯୋଗୁ ଏହାକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି, ଆମେ ଯେଉଁ ଯୋଜନା ଅନୁସାରେ କାମ କରୁଥିଲୁ ସେହି ଅନୁଯାୟୀ ଚଳିତ ବର୍ଷ ଶେଷ ଭାଗରେ ଗଗନଯାନ ମିଶନ ଆରମ୍ଭ ହୋଇଥାଆନ୍ତା। ହେଲେ ଏବେ ଗଗନଯାନ ମିଶନକୁ ଟାଳି ଦିଆଯାଇଛି। କିନ୍ତୁ ଚଳିତ ବର୍ଷ ଇସ୍ରୋ ପକ୍ଷରୁ ଏକାଧିକ ସ୍ୟାଟେଲାଇର ଉତକ୍ଷେପଣ କରାଯିବ। ଆସନ୍ତାବର୍ଷ ଗଗନଯାନ ମିଶନ ଆରମ୍ଭ ହେବ ଏବଂ ୨୦୨୨ରେ ମହାକାଶକୁ ଭାରତ ମଣିଷଙ୍କୁ ପଠାଇବ ବୋଲି ସେ କହିଛନ୍ତି। ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି, ବର୍ତ୍ତମାନର ସ୍ଥିତି ଅନୁଯାୟୀ ଚଳିତବର୍ଷ ମାନବ ବିହୀନ ବିମାନ ମହାକାଶକୁ ପଠାଯିବ ନାହିଁ। ଚଳିତ ବର୍ଷ ଆମେ ୫ରୁ ୬ଟି ମିଶନ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ମଧ୍ୟରେ ଜିସ୍ୟାଟ-୧ ମଧ୍ୟ ରହିଛି। କିଛି ଦିନ ମଧ୍ୟରେ ଇସ୍ରୋ କେଉଁ ସବୁ ମିଶନକୁ କାର୍ଯ୍ୟକାରୀ କରିବ, ତା’ର ପୂରା ତଥ୍ୟ ସାର୍ବଜନୀନ କରିବ। ସେହିପରି ୨୦୨୧ ଜାନୁଆରୀରେ ଇସ୍ରୋ ଚନ୍ଦ୍ରଯାନ-୩ ଆରମ୍ଭ ହୋଇଥାଆନ୍ତା। ହେଲେ ତା’କୁ ମଧ୍ୟ ସ୍ଥଗିତ ରଖାଯାଇଛି ବୋଲି ସେ କହିଛନ୍ତି।ଇସ୍ରୋ ପୂର୍ବ ଯୋଜନା ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବାର ଥିଲା। ଏଥିରେ ଇସ୍ରୋ ମହାକାଶକୁ ହ୍ୟୁମାନଏଡ୍ ବା ମଣିଷ ପରି ଦିଶୁଥିବା ରୋବୋଟ୍ ପଠାଇବାର ଥିଲା। ଯଦିଓ ଗଗନଯାନ ମିଶନରେ କେହି ମହିଳା ମହାକାଶଯାତ୍ରୀ ସ୍ଥାନ ପାଇନାହାନ୍ତି, ତେବେ ଏହା ପୂର୍ବରୁ ମହାକାଶ ଯିବାକୁ ଥିବା ହ୍ୟୁମାନଏଡ୍ ଜଣେ ‘ମହିଳା’ ଏବଂ ତାଙ୍କ ନାମ ‘ବ୍ୟୋମମିତ୍ରା’ ରଖାଯାଇଥିଲା।

Leave A Reply

Your email address will not be published.