ୟୁଜିସି ର ନୂଆ ଗାଇଡ ଲାଇନ ଜାରି

0

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କରୋନା କଟକଣାକୁ ଅନୁପାଳନ କରି ୨୦୨୧-୨୨ ନୂତନ ଶିକ୍ଷାବର୍ଷରେ ଆଡମିଶନ ଓ ପରୀକ୍ଷାକୁ ନେଇ ନୂଆ ଦିଶା ନିର୍ଦ୍ଦେଶ ଓ ଶୈକ୍ଷଣୀୟ କ୍ୟାଲେଣ୍ଡର ଜାରି କରିଛି । ନୋଟିସ୍‌ ଅନୁଯାୟୀ, ପ୍ରଥମ ବର୍ଷର କ୍ଲାସ୍‌ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ଆରମ୍ଭ ହେବ । ଆୟୋଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ପ୍ରବେଶ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ସେମିଷ୍ଟାରର କ୍ଲାସ୍‌ ଅକ୍ଟୋବର ୧ ତାରିଖ କିମ୍ବା ଏହା ପୂର୍ବରୁ ଆରମ୍ଭ ହେବ । ଖାଲିଥିବା ସିଟ୍‌ ପୂରଣ ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ରହିଛି । ୟୁଜିସି ପକ୍ଷରୁ କୁହାଯାଇଛି ଯେ ସ୍ନାତକର ଦ୍ୱିତୀୟ ଓ ତୃତୀୟ ବର୍ଷ ତଥା ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ କ୍ଲାସ୍‌ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମୋଡ୍‌ରେ ଆରମ୍ଭ ହେବା ଆବଶ୍ୟକ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ (୨୦୨୦-୨୧) ଶିକ୍ଷାବର୍ଷ ପାଇଁ ଟର୍ମିନାଲ୍‌ ସେମିଷ୍ଟର ଏବଂ ଶେଷ ବର୍ଷ ସେମିଷ୍ଟରର ପରୀକ୍ଷା ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଅନ୍‌ ଲାଇନ୍‌ କିମ୍ବା ଅଫ୍‌ ଲାଇନ୍‌ (ପେନ୍‌ ପେପର୍‌ ମୋଡ୍‌) କିମ୍ବା ବ୍ଲେଂଣ୍ଡେଡ୍‌ ମୋଡ୍‌ ରେ ସମ୍ପନ୍ନ କରାଯିବା ଉଚିତ୍‌ ।

Leave A Reply

Your email address will not be published.

seventeen − 1 =