ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହି ସମୟରେ ରାଜ୍ୟସଭାରେ ଗୃହକାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ଶନିବାର ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡ଼ୁ । ଏହି ବୈଠକ ଶେଷ ହେବାପରେ ନୂଆକରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱଭାର ଗ୍ରହଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ନାଇଡ଼ୁଙ୍କୁ ଭେଟିଛନ୍ତି । ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ଟ୍ୱିଟ କରି ଫଟୋ ସେୟାର କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ।

Leave A Reply

Your email address will not be published.

4 × 4 =