ଦେଶରେ ଗତ ୨୪ ଘଣ୍ଟାରେ ୪୧୩୮୩ ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣୀ ମହାମାରୀ କୋରୋନା । ଗତକାଲି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ପାର କରିଥିବା ବେଳେ ଆଜି ମଧ୍ୟ ଏହା ୪୦ ହଜାର ପାର କରିଛି । ଆଜି ଦେଶରେ ୨୪ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ୫୦୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦ ରେ ପହଞ୍ଚିଛି ।

Leave A Reply

Your email address will not be published.