ରାଜ୍ୟରେ ଆଜି ୨୩୩୪ ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ଏବେ ତିନି ହଜାର ତଳକୁ ରହିଛି । ଯଦି ଆମେ ଦେଖିବା ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଛି ।  । ଏହା ମଧ୍ୟରେ ଆଜି ପୁଣି ୨୩୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୩୪୨ ଓ ସ୍ଥାନୀୟ ଅଞ୍ଚଳରୁ ୯୯୨ ଜଣ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ଵରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬, ମୟୂରଭଞ୍ଜରୁ ୧୦୪ ଓ ଜଗତସିଂହପୁରରୁ ବାହାରିଛନ୍ତି ୧୦୧ ନୂଆ ସଂକ୍ରମିତ। ୨୧ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ରୁ କମ ରହିଛି। ୭ ଜିଲ୍ଲାରେ ଦୁଇ ଅଙ୍କ ଭିତରେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା।

ଆଜି ରାଜ୍ୟରେ ପଜିଟିଭ ହାର ରହିଛି ୩.୦୮%। ୨୪ ଘଣ୍ଟାରେ ରାଜ୍ୟରେ ୭୫ହଜାର ୬୫୩ କାରୋନା ଟେଷ୍ଟ ହୋଇଛି। ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୩୭ହଜାର ୪୭୦କୁ ବୃଦ୍ଧି ପାଇଛି। ସୁସ୍ଥ ହେଲାଣି ୯ଲକ୍ଷ ୬ହଜାର ୫୧୯ ସଂକ୍ରମିତ। ଏବେ ରାଜ୍ୟରେ ୨୬ହଜାର ୩୬୪ କରୋନା ଆ କେସ ରହିଛି।

Leave A Reply

Your email address will not be published.

1 × four =