ରାଜ୍ୟରେ ଆଜି ୨୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ କକୁଛି ଦୈନିକ ସଂକ୍ରମଣ ।
ରାଜ୍ୟରେ । ଗତ ଆଠ ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଏହା ମଧ୍ୟରେ ଆଜି ପୁଣି ୨୨୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୩୧୫ ଓ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯ ହଜାର ୬୩୯ ରହିଥିବା ବେଳେ ୨୫ ହଜାର ୪୬୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

eleven − three =